UPDATES Regulatory Compliance (IT Rules, 2021) - THE BBN POST has furnished the requisite information to the Ministry of Information & Broadcasting under Rule 18 of the IT Rules, 2021.
Published on

ବଲାଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଗ୍ରାମଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ: ପ୍ରତ୍ୟକ୍ଷ ଅନୁଭୂତିରୁ ଶିକ୍ଷଣ

Text Size:

 

ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ଆମଲ କେ ମାଥ୍ୟୁ ] - ଶିଶୁମାନଙ୍କ ମଧ୍ୟରେ ଗ୍ରାମୀଣ ଜୀବନ, ସାମାଜିକ ପରମ୍ପରା, ସଂସ୍କୃତି ଓ ପରିବେଶ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ, ବଲାଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁମାନଙ୍କ ପକ୍ଷରୁ ଏକ ଗ୍ରାମଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି କାଲାଗୋଡ଼ା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନେ ଗ୍ରାମୀଣ ଜୀବନଶୈଳୀ ଏବଂ ସ୍ଥାନୀୟ ଲୋକମାନଙ୍କ ସାମାଜିକ ପରମ୍ପରା ସମ୍ବନ୍ଧରେ ଜାଣିବାର ସୁଯୋଗ ପାଇଥିଲେ। ପୁସ୍ତକଗତ ଜ୍ଞାନ ସହିତ ପ୍ରତ୍ୟକ୍ଷ ଅନୁଭୂତି ହିଁ ଶିଶୁମାନଙ୍କର ଶିକ୍ଷାକୁ ଅଧିକରୁ ଅଧିକ ଫଳପ୍ରଦ କରିଥାଏ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମର ସଭାଶେଷରେ ଶିଶୁମାନଙ୍କ ଦ୍ୱାରା ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଆୟୋଜନ ଶିଶୁମାନଙ୍କ ମଧ୍ୟରେ ନୂତନ ଜ୍ଞାନ, ଜିଜ୍ଞାସା ଏବଂ ସାମାଜିକ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଥିଲା।

ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ନମିତା ବାରିକ ଯୋଗଦେଇଥିବା ବେଳେ ଛବିରାଣୀ ସୋରେନ୍ ଓ ଯାଜ୍ଞସେନୀ ସେଠୀ ମଧ୍ୟ ଉପସ୍ଥିତ ରହିଥିଲେ। ମଞ୍ଚ ପରିଚାଳନା କାର୍ଯ୍ୟକ୍ରମଟିକୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତ ଗୁରୁଜୀ ସୁଚାରୁ ରୂପେ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗଣେଶ୍ୱର ଗିରି ମହୋଦୟ ଗ୍ରାମଦର୍ଶନ କାର୍ଯ୍ୟକ୍ରମ ଉପରେ ନିଜର ମୂଲ୍ୟବାନ ମତାମତ ଦେଇଥିଲେ। ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ବୌଦ୍ଧିକ କାର୍ଯ୍ୟକ୍ରମକୁ ଶ୍ରୀମତୀ ସଂଯୁକ୍ତା ରାଉତ ଗୁରୁମା ଏବଂ ନୃତ୍ୟ ପରିଚାଳନାକୁ ଶ୍ରୀମତୀ ତପସ୍ୱିନୀ ନାଏକ ଗୁରୁମା ଓ ପୂଜା ନାଏକ ଗୁରୁମା ପରିଚାଳନା କରିଥିଲେ। ସମସ୍ତ ଗୁରୁଜନ ଏବଂ ଶିଶୁମାନଙ୍କର ଉପସ୍ଥିତି ଓ ସକ୍ରିୟ ସହଯୋଗରେ ଏହି ଉତ୍ସବଟି ଅତ୍ୟନ୍ତ ଆନନ୍ଦଦାୟକ ଓ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।

THE BBN POST – Hunt Fearlessly. Strike Mercilessly.

🏠Home 📰News ⛅Weather 📱App
English News हिन्दी समाचार ଓଡ଼ିଆ ଖବର
×
Advertisement

🏙️ Report an Issue

📊 View the public Status Tracker →