UPDATES Report corruption, traffic, pollution, civic issues anonymously via our WhatsApp Tip Line +91672078574 or call us +918280188023. | भ्रष्टाचार, यातायात, प्रदूषण, नागरिक मुद्दों की गुमनाम रूप से हमारी व्हाट्सएप टिप लाइन +91672078574 के माध्यम से रिपोर्ट करें या हमें +918280188023 पर कॉल करें।
📅 Published on Monday, September 14, 2026

ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢ଼ୁଛି ବିପଦ, ସ୍ଥାନୀୟଙ୍କ ମଧ୍ୟରେ ଅସନ୍ତୋଷ

 ଯୋଡ଼ା : ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ଯୋଡ଼ା ପୌରପରିଷଦ ଅଞ୍ଚଳରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ପୌରପରିଷଦ ପକ୍ଷରୁ ୧୪ଟି ୱାର୍ଡରେ ନିୟମିତ ସଫେଇ ଓ ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ, ଯୋଡ଼ା ୭ ନମ୍ବର ୱାର୍ଡର ଦୈନିକ ପରିବା ବଜାରରୁ ସଂଗୃହୀତ ଆବର୍ଜନା ଫ୍ଲାଇଓଭର ତଳେ ଅସୁରକ୍ଷିତ ଭାବେ ପକାଯାଉଥିବା ଅଭିଯୋଗ ହୋଇଛି। ଏହି ଆବର୍ଜନା ମଧ୍ୟରେ ପଲିଥିନ୍ ଓ ବିଭିନ୍ନ ଅସୁରକ୍ଷିତ ବର୍ଜ୍ୟବସ୍ତୁ ଥିବାରୁ ବୁଲା ଗାଈଗୋରୁ ଓ କୁକୁର ସେଗୁଡ଼ିକ ଖାଇ ଅସୁସ୍ଥ ହେବାର ଆଶଙ୍କା ରହିଛି।

ଏଥିସହ ଆବର୍ଜନା ଦୀର୍ଘ ସମୟ ଧରି ପଡ଼ିରହିବା ଯୋଗୁଁ ଅଞ୍ଚଳରେ ଦୁର୍ଗନ୍ଧ ସୃଷ୍ଟି ହୋଇ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି। ଏହି ଅଞ୍ଚଳ ଦେଇ ଯାତାୟାତ କରୁଥିବା ଲୋକେ ମଧ୍ୟ ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏହି ଅଳିଆ ଆବର୍ଜନାକୁ ଏକ ଡଷ୍ଟବିନରେ ରଖାଯାଉ ନଚେତ ଏଠାରୁ ତୁରନ୍ତ ହଟାଯାଉ, ଯାହା ଦ୍ୱାରା ବୁଲା ପଶୁମାନେ ସୁରକ୍ଷିତ ରହିବେ ଏବଂ ଅଞ୍ଚଳର ପରିବେଶ ମଧ୍ୟ ପରିଷ୍କାର ରହିବ।

ରିପୋର୍ଟ: ଟଙ୍କଧର ପାତ୍ର