ମା' ମନସା ୟୁଥ୍ ଆସୋସିଏସନ୍ ଦ୍ୱାରା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ, ୧୬ ଟିମ୍ ଭାଗ ନେଲେ
ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ଟଙ୍କଧର ପାତ୍ର ] - ଫୁଟବଲ୍ ଖେଳକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ଜଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ କମଳପୁର ଖେଳପଡ଼ିଆରେ ମା' ମନସା ୟୁଥ୍ ଆସୋସିଏସନ୍ ଦ୍ୱାରା ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି, ଯେଉଁଥିରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ନଗର ଅଧ୍ୟକ୍ଷ ରଞ୍ଜିତ ମହାକୁଡ଼ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଫତାବ ଆଲାମ, ଅଜୟ ସିହ୍ନା, ପୃଥ୍ୱୀରାଜ ଏବଂ ସଞ୍ଜୟ ସାମଲ ଉପସ୍ଥିତ ରହିଥିଲେ। ଟୁର୍ଣ୍ଣାମେଣ୍ଟରେ ବିଜେତା ଟିମ୍କୁ ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କା ନଗଦ ରାଶି ସହିତ ଏକ ଟ୍ରଫି ପ୍ରଦାନ କରାଯାଇଥିଲା, ଏବଂ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ଆୟୋଜକ କମିଟିକୁ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏଭଳି ଆୟୋଜନ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି। ଗତ ଦିନରେ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଦେଖିବା ପାଇଁ ଖେଳପଡ଼ିଆ ଦର୍ଶକଙ୍କରେ ଭରା ହୋଇଯାଇଥିଲା। ଏହି ଆୟୋଜନ ଯୁବ ଖେଳାଳିମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ସହିତ ଅଞ୍ଚଳରେ ଫୁଟବଲ୍ ଖେଳର ପ୍ରଚାର ଓ ପ୍ରସାରରେ ସହାୟକ ହୋଇଛି।
THE BBN POST – Hunt Fearlessly. Strike Mercilessly.
