UPDATES Regulatory Compliance (IT Rules, 2021) - THE BBN POST has furnished the requisite information to the Ministry of Information & Broadcasting under Rule 18 of the IT Rules, 2021.
Published on

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ପାଳିତ

Text Size:

 ଯୋଡ଼ା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ୫ ନମ୍ବର ୱାର୍ଡ ଆଜାଦ ବସ୍ତିସ୍ଥିତ ଶ୍ରୀ ଶ୍ରୀ ବାବା ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦ, ଯୋଡ଼ା ନଗର ପକ୍ଷରୁ ମୋଦୀଙ୍କ ଜନ୍ମଦିବସ ପାଳନ କରାଯାଇଛି। ଏହି କାର୍ୟ୍ୟକ୍ରମ ଯୋଡ଼ା ନଗର ବିଶ୍ୱ ହିନ୍ଦୁ ପରିଷଦ ସଭାପତି ରଞ୍ଜିତ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭକ୍ତମାନେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ମହାକୁଡ଼ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଶାସନ ସମ୍ପର୍କରେ ଆଲୋଚନା କରିଥିଲେ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀଙ୍କ ସହ ନିଜର ପ୍ରଚାର-ପ୍ରସାର ସମ୍ପର୍କିତ ଅନୁଭୂତି ମଧ୍ୟ ସେ ବ୍ୟକ୍ତ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ଉତ୍ସାହର ସହ ଜନ୍ମଦିବସ ପାଳନ କରାଯାଇଥିଲା।


ରିପୋର୍ଟ: ଟଙ୍କଧର ପାତ୍ର

🏠Home 📰News ⛅Weather 📱App
English News हिन्दी समाचार ଓଡ଼ିଆ ଖବର
×
Advertisement

🏙️ Report an Issue

📊 View the public Status Tracker →