UPDATES Report corruption, traffic, pollution, civic issues anonymously via our WhatsApp Tip Line +91672078574 or call us +918280188023. | भ्रष्टाचार, यातायात, प्रदूषण, नागरिक मुद्दों की गुमनाम रूप से हमारी व्हाट्सएप टिप लाइन +91672078574 के माध्यम से रिपोर्ट करें या हमें +918280188023 पर कॉल करें।
📅 Published on Monday, September 28, 2026

ବଲାଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃକର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ, ୫୦ ଅଭିଭାବିକା ଯୋଗ ଦେଲେ

 ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ରାଜେନ୍ଦ୍ର ନନ୍ଦ ] - କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଟାଉନସିପ୍ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ଦିନ ଏକ ମାତୃକର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ମୋଟ ୫୦ ଜଣ ଅଭିଭାବିକା ଯୋଗ ଦେଇଥିଲେ। ସର୍ବପ୍ରଥମେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମାଳତୀ ଖଟୁଆ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଅଭିଭାବିକାମାନଙ୍କୁ ଶିଶୁମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ତଥା ସଂସ୍କାର ପ୍ରତି ଧ୍ୟାନ ଦେବାକୁ ବକ୍ତବ୍ୟ ପ୍ରକାଶ କରିଥିଲେ, ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗଣେଶ୍ୱର ଗିରି ମହୋଦୟ ଶିଶୁ ଶିକ୍ଷାର ସ୍ୱରୂପ ଓ ହିନ୍ଦୁ ଘରର ସଂକଳ୍ପନା ସମ୍ବନ୍ଧରେ ନିଜର ମତ ରଖିଥିଲେ।

ଏହି ଅବସରରେ ବିଦ୍ୟାଳୟ କମିଟିର ସଦସ୍ୟା ଶ୍ରୀମତୀ ମିନାକ୍ଷୀ ନାଏକ ମହୋଦୟା ଉପସ୍ଥିତ ରହିଥିଲେ। ମାତୃକର୍ମଶାଳାରେ ମାଆମାନେ ଶାରୀରିକ, ଗଣିତ, କାଳାଂଶ, ରଙ୍ଗ ଓ ଛାପାକାମ, ଗପ ଓ ନୃତ୍ୟ ଆଦି କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଯୋଗ ଦେଇଥିଲେ, ଏବଂ ଶିଶୁ ବାଟିକାର ଯୋଜନା ଅଭିଭାବକମାନଙ୍କ ନିକଟରେ ପହଞ୍ଚାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।



THE BBN POST – Hunt Fearlessly. Strike Mercilessly.