୩୯ତମ ରାଜ୍ୟସ୍ତରୀୟ ତାଇକ୍ୱାଣ୍ଡୋ ଚାମ୍ପିଅନସିପ ପାଇଁ ବଡ଼ବିଲ, ଯୋଡ଼ା ଓ ବଲାଣିର ପ୍ରତିଭାଗୀ କଟକ ଗମନ
Text Size:
ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ରାଜେନ୍ଦ୍ର ନନ୍ଦ ] - କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଓଡ଼ିଶା ତାଇକ୍ୱାଣ୍ଡୋ ଆସୋସିଏସନର ଆନୁକୂଲ୍ୟରେ ଆସନ୍ତା ୩୦ ଅକ୍ଟୋବରରୁ ୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ୩୯ତମ ରାଜ୍ୟସ୍ତରୀୟ ତାଇକ୍ୱାଣ୍ଡୋ ଚାମ୍ପିଅନସିପ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହତ୍ତ୍ୱପୂର୍ଣ୍ଣ ଚାମ୍ପିଅନସିପରେ ଭାଗ ନେବା ପାଇଁ ବଡ଼ବିଲ ତାଇକ୍ୱାଣ୍ଡୋ ଆସୋସିଏସନ ଅଧୀନରେ ପ୍ରଶିକ୍ଷଣ ନେଉଥିବା ଯୋଡ଼ା, ବଡ଼ବିଲ ଏବଂ ବଲାଣିର ପ୍ରତିଭାଗୀମାନେ ଆଜି କଟକ ଅଭିମୁଖେ ଯାତ୍ରା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାଗୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏହି ଖେଳାଳିମାନେ ଉତ୍ସାହିତ ଅଛନ୍ତି।
ପ୍ରତିଭାଗୀମାନଙ୍କୁ ବିଦାୟ ପ୍ରଦାନ ସମୟରେ ଅଭିଭାବକ ଏବଂ ସ୍ଥାନୀୟ ସମାଜସେବୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ରାଜ୍ୟସ୍ତରରେ ବଡ଼ବିଲର ନାମ ଉଜ୍ଜ୍ୱଳ କରିବାକୁ ପରାମର୍ଶ ଦେଇଥିଲେ। ଗୌରତଳବ୍ୟ ଯେ, ବଡ଼ବିଲ ତାଇକ୍ୱାଣ୍ଡୋ ଆସୋସିଏସନରୁ ପ୍ରଶିକ୍ଷଣ ନେଉଥିବା ଅନେକ ପ୍ରତିଭାଗୀ ପୂର୍ବରୁ ଜାତୀୟ ସ୍ତରୀୟ ଚାମ୍ପିଅନସିପରେ ଅଂଶଗ୍ରହଣ କରି ବିଭିନ୍ନ ପଦକ ହାସଲ କରିଛନ୍ତି। ସେମାନଙ୍କର ଏହି ଅଭିଜ୍ଞତା ଏବଂ କଠିନ ପରିଶ୍ରମ ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେମାନଙ୍କୁ ସଫଳତା ଆଣିଦେବ ବୋଲି ସ୍ଥାନୀୟ କ୍ରୀଡ଼ାପ୍ରେମୀ ଆଶାବାଦୀ ଅଛନ୍ତି।
THE BBN POST – Hunt Fearlessly. Strike Mercilessly.
