UPDATES Regulatory Compliance (IT Rules, 2021) - THE BBN POST has furnished the requisite information to the Ministry of Information & Broadcasting under Rule 18 of the IT Rules, 2021.
Published on

ଡି ଏ ଭି ଜୋନ୍ ସ୍ତରୀୟ କରାଟେ ଓ ତାଏକୋଣ୍ଡ ଚାମ୍ପିଅନସିପ ଅନୁଷ୍ଠିତ; ବଲାଣି ଡି ଏ ଭିର ୪ ପ୍ରତିଯୋଗୀ ବିଜୟୀ

Text Size:

ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ରାଜେନ୍ଦ୍ର ନନ୍ଦ ] - ଝାରସୁଗୁଡ଼ା ଡି ଏ ଭି ପବ୍ଲିକ୍ ସ୍କୁଲ ଆନୁକୂଲ୍ୟରେ ଡି ଏ ଭି ସ୍ପୋର୍ଟସ କ୍ଲଷ୍ଟର ତଥା କରାଟେ ଓ ତାଏକୋଣ୍ଡ ଚାମ୍ପିଅନସିପ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ କ୍ରୀଡ଼ା ପରିଷଦ ଉପସଭାପତି ତାପସ କୁମାର ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ଶୃଙ୍ଖଳା, ନିଷ୍ଠା ଓ କ୍ରୀଡ଼ା ମନୋଭାବକୁ ପ୍ରଶଂସା କରିଥିଲେ। ଏହି ପ୍ରତିଯୋଗିତାରେ ୧୪ ଓ ୧୭ ବର୍ଷ ବର୍ଗରେ ମୋଟ ୧୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।


ଏହି ପ୍ରତିଯୋଗିତାରେ ବଲାଣିର ଡି ଏ ଭି ପବ୍ଲିକ ସ୍କୁଲ ଏବଂ ଡି ଏ ଭି ବିଦ୍ୟାଳୟର ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ଜଣ ପ୍ରତିଯୋଗୀ ବିଜୟ ହାସଲ କରିଥିଲେ। ତାଏକୋଣ୍ଡରେ ରାହୁଲ ଦାସ ୧୭ ବର୍ଷ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଅନାବିୟା ୧୪ ବର୍ଷ ବର୍ଗରେ ପ୍ରଥମ ଏବଂ ଦୀକ୍ଷା ସିନା ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ, ଏବଂ କରାଟେ ପ୍ରତିଯୋଗିତାରେ ୧୭ ବର୍ଷ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଥିଲେ। ସମସ୍ତ ବିଜୟୀ ପ୍ରତିଯୋଗୀମାନଙ୍କୁ ବଲାଣି ଡି ଏ ଭି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଜଶ୍ରୀ ମହାପାତ୍ର ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଥିଲେ।




THE BBN POST – Hunt Fearlessly. Strike Mercilessly. 

🏠Home 📰News ⛅Weather 📱App
English News हिन्दी समाचार ଓଡ଼ିଆ ଖବର
×
Advertisement

🏙️ Report an Issue

📊 View the public Status Tracker →