ବଲାଣି ଲୌହ ଖଣିରେ ପ୍ରତିରୋଧକ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Text Size:
ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ରାଜେନ୍ଦ୍ର ନନ୍ଦ ] - କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଟାଉନସିପ ସ୍ଥିତ ମାଉଣ୍ଟ କ୍ଲବ ପରିସରରେ ଶୁକ୍ରବାର ଦିନ ଏକ ପ୍ରତିରୋଧାତ୍ମକ ସତର୍କତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଲାଣି ଲୌହ ଖଣିର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ମଲ୍ଲା ଶ୍ରୀନିବାସୁ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଏଥିରେ ଆନନ୍ଦ କୁମାର ସି (ସି ଜି ଏମ୍, ରକ୍ଷଣାବେକ୍ଷଣ) ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ରଞ୍ଜନ ଭାରତୀ (ଜି ଏମ୍, ସତର୍କତା) ଏବଂ ଏସ୍ କେ ଏସ୍ ରାଜପୁତ (ଡି ଜି ଏମ୍, ସତର୍କତା) ବିଶେଷ ଅତିଥି ଭାବରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ସତର୍କତା ଏବଂ ସଚ୍ଚୋଟତା ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ।
ଏହି ଅବସରରେ ବକ୍ତାମାନେ ସରକାରୀ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ସାଧୁତା ଏବଂ ସଚ୍ଚୋଟତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ପ୍ରଭାବଶାଳୀ ପ୍ରତିରୋଧାତ୍ମକ ସତର୍କତା ସ୍ୱଚ୍ଛତା ସୁନିଶ୍ଚିତ କରିବା, ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ଏବଂ ଅନିୟମିତତାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବଲାଣି ଲୌହ ଖଣିର ଡି ଜି ଏମ୍ (ସତର୍କତା) ରବି ସିନାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ଏଥିରେ ଖଣିର ବିଭିନ୍ନ ବିଭାଗର ଅଧିକାରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।
THE BBN POST – Hunt Fearlessly. Strike Mercilessly.

