ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ବ୍ରଜମୋହନ ରାମ
Text Size:
ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ରାଜେନ୍ଦ୍ର ନନ୍ଦ ] - ବ୍ରଜମୋହନ ରାମ ଆଜି ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ଏକ ଭବ୍ୟ ଓ ମର୍ଯ୍ୟାଦାପୂର୍ଣ୍ଣ ସମାରୋହରେ ଓଡ଼ିଶାର ମୁଖ୍ୟ ବିଚାରପତି ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ଐତିହାସିକ ଅବସରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ରାଜ୍ୟ ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।
ଉଲ୍ଲେଖନୀୟ ଯେ, ବ୍ରଜମୋହନ ରାମ ଜଣେ ବରିଷ୍ଠ ବିଜେପି ନେତା ଏବଂ ଝାଡ଼ଖଣ୍ଡର ପଲାମୁ ଲୋକସଭା ଆସନରୁ ତିନି ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଗତ ୧୨ ଅକ୍ଟୋବରରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିଲେ। ଜଣେ ଅଭିଜ୍ଞ ରାଜନେତା ଭାବରେ ନୂଆ ରାଜ୍ୟପାଳ ରାଜ୍ୟର ବିକାଶ ଓ ଜନସେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଭିନ୍ନ ମହଲରେ ଆଶା ପ୍ରକାଶ ପାଇଛି।
THE BBN POST – Hunt Fearlessly. Strike Mercilessly.

