UPDATES Regulatory Compliance (IT Rules, 2021) - THE BBN POST has furnished the requisite information to the Ministry of Information & Broadcasting under Rule 18 of the IT Rules, 2021.
Published on

ସି ଆଇ ଏସ ଏଫ୍ ୟୁନିଟ ବଲାଣି ସଂରକ୍ଷିକା ଦ୍ୱାରା ଶୀତକାଳୀନ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Text Size:

 ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ରାଜେନ୍ଦ୍ର ନନ୍ଦ ] - କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ସ୍ଥିତ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସି ଆଇ ଏସ ଏଫ୍ ୟୁନିଟ)ର ସଂରକ୍ଷିକା ଦ୍ୱାରା ଝାଡ଼ଖଣ୍ଡ ସୀମାବର୍ତ୍ତୀ ଟାଟିବା ସ୍ଥିତ ବିରହର ବସ୍ତିରେ ଗୁରୁବାର ଦିନ ଏକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୁରୁଷ ଓ ମହିଳାମାନଙ୍କୁ ଶୀତକାଳୀନ ବସ୍ତ୍ର ଏବଂ କୁନି କୁନି ଶିଶୁମାନଙ୍କୁ ମିଷ୍ଟାନ୍ନ, ଚିକ୍ଲେଟ୍ ତଥା ବିସ୍କୁଟ ବିତରଣ କରାଯାଇଥିଲା।

ସି ଆଇ ଏସ ଏଫ୍ ସଂରକ୍ଷିକା ଦ୍ୱାରା ସାମାଜିକ ଏବଂ ଜନକଲ୍ୟାଣ ଭାବନାରେ ସେବା ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ, ଯାହାକି ଗ୍ରାମାଞ୍ଚଳରେ ଜୀବନ ଅତିବାହିତ କରୁଥିବା ଗରିବ ଲୋକଙ୍କ ମୁଖରେ ଖୁସି ଓ ଉଲ୍ଲାସ ଆଣିବା ପାଇଁ ଏକ ପ୍ରୟାସ। ଏହି କାର୍ଯ୍ୟକ୍ରମରେ ୟୁନିଟ କମାଣ୍ଡେଣ୍ଟ ଦୀପକ ରାୟ, ଶ୍ରୀମତୀ ରଞ୍ଜନା ତଥା ସି ଆଇ ଏସ ଏଫ୍ ୟୁନିଟର କେତେକ ଯବାନ ଉପସ୍ଥିତ ଥିଲେ। ୟୁନିଟ ଦ୍ୱାରା ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କ ପ୍ରତି ସମ୍ବେଦନଶୀଳ ତଥା ସହଯୋଗର ଭାବନା ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସମାଜସେବୀ ଦୀନବନ୍ଧୁ ପାତ୍ର ବଲାଣି ୟୁନିଟର ସମସ୍ତ ସଦସ୍ୟମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୟୁନିଟର ସମସ୍ତ କର୍ମୀ ମାନେ ସହଯୋଗ କରିଥିଲେ।





THE BBN POST – Hunt Fearlessly. Strike Mercilessly.

🏠Home 📰News ⛅Weather 📱App
English News हिन्दी समाचार ଓଡ଼ିଆ ଖବର
×
Advertisement

🏙️ Report an Issue

📊 View the public Status Tracker →