କେନ୍ଦୁଝର ପୋଲିସର ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ଗୁରୁତର
Text Size:
ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ଟଙ୍କଧର ପାତ୍ର ] - କେନ୍ଦୁଝର ଜିଲ୍ଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଆନନ୍ଦପୁର ଅଞ୍ଚଳର ଛେନାପଦୀ ନିକଟସ୍ଥ ଅସିଆ ଗାଁରେ ନନ୍ଦିପଦା ଥାନା ପୋଲିସ ସହ ମୁହାଁମୁହିଁ ହେବା ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ଗୁରୁତର ଆହତ ହୋଇଛି। ସୂଚନା ଅନୁଯାୟୀ, ପୋଲିସ ଟିମ୍ ସହ ସାମ୍ନାସାମ୍ନି ହେବା ବେଳେ ଅର୍ଜୁନ ପ୍ରଥମେ ପୋଲିସ ଉପରକୁ ଉଦ୍ଦେଶ୍ୟ କରି ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୋଲିସ ମଧ୍ୟ ଆତ୍ମରକ୍ଷା ନିମନ୍ତେ ଗୁଳି ଚଳାଇଥିଲା, ଫଳରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ଗୁରୁତର ଭାବେ ଆହତ ହୋଇ ପଡ଼ିଯାଇଥିଲା।
ଗୁରୁତର ଅବସ୍ଥାରେ ଆହତ ହୋଇଥିବା ଅର୍ଜୁନକୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଏହି ଏନକାଉଣ୍ଟର ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅପରାଧ ନିୟନ୍ତ୍ରଣ ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ କଠୋର ଆଭିମୁଖ୍ୟର ଏହା ଏକ ସ୍ପଷ୍ଟ ଉଦାହରଣ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି। ଏହିଭଳି ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ଯେଉଁମାନେ ଏପର୍ଯ୍ୟନ୍ତ ଧରା ପଡ଼ିନାହାନ୍ତି, ସେମାନେ ମଧ୍ୟ ଆଗାମୀ ଦିନରେ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଜନସାଧାରଣ ଦୃଢ଼ ଆଶାବାଦୀ ଅଛନ୍ତି।THE BBN POST – Hunt Fearlessly. Strike Mercilessly.
