ବଡ଼ବିଲରେ ଅନିୟନ୍ତ୍ରିତ ହୋଇ ଓଲଟିଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ଚାଳକ
Text Size:
ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ଟଙ୍କଧର ପାତ୍ର ] - କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ ମୃଣାଳ କଲୋନୀରେ ମଙ୍ଗଳବାର ସକାଳେ ଏକ ସ୍କର୍ପିଓ ଗାଡ଼ି ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ଅଳ୍ପକେ ରକ୍ଷା ପାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ପ୍ରାତଃକାଳରେ OD02DJ-9122 ନମ୍ବର ବିଶିଷ୍ଟ କଳା ରଙ୍ଗର ସ୍କର୍ପିଓ ମୃଣାଳ କଲୋନୀ ଅଞ୍ଚଳରେ ଯାଉଥିବା ସମୟରେ ହଠାତ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ କ୍ରେନ୍ ଡକାଯାଇ ଓଲଟି ପଡ଼ିଥିବା ଗାଡ଼ିକୁ ଉଠାଯାଇଥିଲା।
![]() |
| Image Source: To the respective owner |
![]() |
| Image Source: To the respective owner |
THE BBN POST – Hunt Fearlessly. Strike Mercilessly.

